ଓଡ଼ିଆ ବାଇବଲ ୱେବସାଇଟ୍କୁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ
ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁଗରେ ଆମେ ପ୍ରୟୋଗ ବିଜ୍ଞାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବାକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟ୍ରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ପାଇପାରିବେ. ଏହି ୱେବସାଇଟ୍ରେ ଉପଲବ୍ଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ିପାରିବେ, ଶୁଣିପାରିବେ, ଦେଖିପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.
Verse of the day
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା’ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।
1 Peter 5:10