ଓଡ଼ିଆ ବାଇବଲ ୱେବସାଇଟ୍‌କୁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ

ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁଗରେ ଆମେ ପ୍ରୟୋଗ ବିଜ୍ଞାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବାକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟ୍‌ରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ପାଇପାରିବେ. ଏହି ୱେବସାଇଟ୍‌ରେ ଉପଲବ୍ଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ିପାରିବେ, ଶୁଣିପାରିବେ, ଦେଖିପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.

ଲୂକ ସୂସମାଚାର, ଆଦର୍ଶ ମନୁଷ୍ୟ ପ୍ରକାଶ  ପାଇଲା!

Verse of the day

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:14

ଓଡ଼ିଆ ବାଇବଲ ୱେବସାଇଟ୍‌ରେ ପରିଦର୍ଶନ କରିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ!