ଓଡ଼ିଆ ବାଇବଲ ୱେବସାଇଟ୍‌କୁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ

ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁଗରେ ଆମେ ପ୍ରୟୋଗ ବିଜ୍ଞାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବାକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟ୍‌ରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ପାଇପାରିବେ. ଏହି ୱେବସାଇଟ୍‌ରେ ଉପଲବ୍ଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ିପାରିବେ, ଶୁଣିପାରିବେ, ଦେଖିପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.

ଲୂକ ସୂସମାଚାର, ଆଦର୍ଶ ମନୁଷ୍ୟ ପ୍ରକାଶ  ପାଇଲା!

Verse of the day

ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:7

ଓଡ଼ିଆ ବାଇବଲ ୱେବସାଇଟ୍‌ରେ ପରିଦର୍ଶନ କରିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ!

Your encouragement is valuable to us

Your stories help make websites like this possible.