ଓଡ଼ିଆ ବାଇବଲ ୱେବସାଇଟ୍କୁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ
ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁଗରେ ଆମେ ପ୍ରୟୋଗ ବିଜ୍ଞାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବାକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟ୍ରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ପାଇପାରିବେ. ଏହି ୱେବସାଇଟ୍ରେ ଉପଲବ୍ଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ିପାରିବେ, ଶୁଣିପାରିବେ, ଦେଖିପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.
Verse of the day
ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
ଏବ୍ରୀମାନଙ୍କ ନିକଟକୁ ପତ୍ର 13:20